Kriya Jukta Rudhi - Information That You Want

Monday 17 October 2016

Kriya Jukta Rudhi

କ୍ରିୟାଯୁକ୍ତ ରୂଢି
( Kriya Jukta Rudhi )

ଋଢି (RUDHI)ଅର୍ଥ (Artha / meaning) ବାକ୍ୟରେ ବ୍ୟବହାର
(bakya re byabahara / use in sentence)
ଅହନ୍ତା ରଖିବା / ଅକସ ରଖିବା
(Ahanta rakhiba / akas rakhiba)
ପ୍ରତିହିଂସା ମନୋଭାବ ପୋଷଣ କରିବା
(Prati hinsa manobhaba posana kariba)
ସାଧୁଲୋକଙ୍କ ପ୍ରତି ଅହନ୍ତା ରଖିଲେ କିଛି ଫଳହୁଏ ନାହିଁ |
(sadhu lokanka prati ahanta rakhile kichi fala hua nahi )
ଅନ୍ଧାରକୁ ଟେକା ପକାଇବା / ଅନ୍ଧାରଘରେ ବାଡିବୁଲାଇବା
(andharaku teka pakaiba / andharare badibulaiba)
ଅନୁମାନକରି କହିବା
(anumana kari kahiba)
ପ୍ରକୃତ ପାଠନଜାଣି ଧୀରେନ୍ଦ୍ର ଉପରେ ରାଗିଲେ |
(prakuta patha na jani dhirendra upare ragile)
ଆଖିରଖିବା
(akhi rakhiba)
ଲକ୍ଷ୍ୟରଖିବା / ଯତ୍ନନେବା
(lakhya rakhiba / jatna neba)
କଳାଧନ ରଖିଥିବାରୁ ଦୁର୍ନୀତିନିବାରଣ ବିଭାଗର କର୍ମକର୍ତ୍ତାମାନେ ତାଙ୍କଉପରେ ଆଖି ରଖିଛନ୍ତି |
(kaladhana rakhi thibaru durniti nibarana bibhagara karmakartamane tanka upare akhi rakhi chanti)
ଆଖିଦେବା / ଦୃଷ୍ଟିପକାଇବା
(akhi dekhiba / drustipakaiba)
ବିଷ ଦୃଷ୍ଟିରେ ଦେଖିବା / ଲୋଭକରିବା
(bisa drustire dekhiba / lobhakariba)
ପର ଦ୍ରବ୍ୟକୁ ଆଖିଦେବା ଠିକ୍ ନୁହେଁ |
(para drabyaku akhi deba thik nuhe)
ଆଖିବୁଲାଇବା
(akhibulaiba)
ମୋଟାମୋଟି ଦେଖିବା
(motamoti dekhiba)
ପରୀକ୍ଷାକୁ ଯିବା ପୂର୍ବରୁ ବ୍ୟାକରଣ ବହି ଉପରେ ଟିକିଏ ଆଖି ବୁଲାଇଦେବ |
(parikhyaku jiba purbaru byakarana bahi upare tikia akhi bulaidabu)
ଆଖିବୁଜିବା
(akhibujiba)
ମରିବା
(mariba)
ବାପ ଆଖିବୁଜିବାର ମାସ ଦୁଇଟାହୋଇନି, ପୁଅମାନେ ଭିନ୍ନ ହୋଇଗଲେ |
(bapa akhibujibaru masa duita hoini, pua mane bhinna hoigale)
ଆଖିକି ପାଇବା
(akhiki paiba)
ପସନ୍ଦ କରିବା
(pasanda kariba)
ବାପା ଆଣିଥିବା ଜିନିଷ ଗୋପାଳର ଆଖିକି ପାଇଲାନି |
(bapa anithiba jinisa gopalara akhiki pailani)
ଆଖିପାଇବା
(akhi paiba)
କଳନା କରିବା
(kalana kariba)
ନିର୍ମଳ ତ ଅଷ୍ଟମ ଶ୍ରେଣୀରେ ପଢିଲାଣି ଏକୁଟିଆ କଟକ ଯିବାକୁ ତାକୁ ମନା କରୁଛ କାହିଁକି ? |ଚାରିଆଡୁ ତା ଆଖିପାଇଗଲାଣି|
(nirmala ta astama padhilani akutia kataka jibaku taku mana karucha kahinki? Chariadu ta akhipailani)
ଆଡଆଖିରେ ନଚାହିଁବା
(adaakhire na chahinba)
ସାମାନ୍ୟ ଦୃଷ୍ଟିନଦେବା / ସମ୍ପର୍କ ନରଖିବା
(samanya drusti na deba / samparka na rakhiba)
ମୁଁ ତୁମର କିଦୋଷ କରିଛି ଯେ ଆଡଆଖିରେ ବି ଚାହୁଁନା |
(mu tumara kidosa karichi je ada akhire bi chahuna)
ଆଖିଖୋଲିଦେବା
(akhi kholideba)
ଜାଗ୍ରତ କରାଇଦେବା
(jagrata karaiba)
ମହାପୁରୁଷର ଜୀବନୀ ଅଧ୍ୟୟନକଲେ ମଣିଷର ଆଖିଖୋଲିଯାଏ| ଗୀତା ଅଧ୍ୟୟନ ମଣିଷର ଆଖିଖୋଲିଦିଏ |
(mahapurusara jibani adhyana kale manisara akhi kholijai. Gita adhyana manisara akhi kholidia)
ଉଷନାଧାନ ଗଜାହେବା
(usana dhana gaja heba)
ଅସମ୍ଭବ ସମ୍ଭବହେବା
(asambhaba sambhaba heba)
ମୁମୂର୍ଷୁ ଅବସ୍ଥାରେ ପଡିଥିବା କର୍କଟ ରୋଗୀଟି ସତେକ’ଣ ବଞ୍ଚିବ ନା ଉଷୁନାଧାନ ଗଜାହେବ !
(murmusu abasthare padithiba karkata rogiti sate kan banchiba na usuna dhana gaja heba)
ଉପରେ ପଡିକହିବା
(upare padi kahiba)
ଆବୁଡା ପଡିବା
(abuda padiba)

()
ନପଚାରୁଣୁ କହିବା
(napacharunu kahiba)
ଅନ୍ୟର କଥା ନସରୁଣୁ କହିବା
(anyara katha na sarunu kahiba)
ଉପରେ ପଡିକହିବା ତା’ର ଗୋଟେ ବଦ ଅଭ୍ୟାସ | ତାଙ୍କର କଥା ଆଗେ ଶୁଣ, ତୁମେ କାହିଁକି ଉପରେ ପଡି କହୁଛ ?
(upare padi kahiba tara gote bad abhyasa . Tankara katha age suna, tume kahinki upare padi kahucha)
କପାଳ ଖୋଲବା
(kapala kholiba)
ଭଲବେଳ ପଡିବା / ଉନ୍ନତି କରିବା
(bhala bela padiba / unnati kariba)
ରାମବାବୁଙ୍କର ପଦନ୍ନୋତି ହେଲା, ପୁଅ ଚାକିରି ପାଇଲା, ତାଙ୍କର କପାଳ ଖୋଲିଗଲା |
(rambabunkara padonnati hela, pua chakiri paila, tankara kapala kholigala)
କପାଳ ଫାଟିବା
(kapala fatiba)
ସର୍ବନାଶହେବା
(sarbanasa heba)
ଏବର୍ଷ ମହାବାତ୍ୟାରେ ମରୁଡି ହେବାରୁ ଲୋକଙ୍କ କପାଳ ଫାଟିଲା |
(abarsa mahabatyare marudi hebaru lokanka kapala fatila)
କଳାକାଠ ପଡିଯିବା
(kalakatha padijiba)
ମଳିନ ପଡିଯିବା
(malina padijiba)
ଚାକିରି ପାଇଁ ବୁଲିବୁଲି ପିଲାଟା କଳାକାଠ ପଡିଗଲାଣି | ଦୋଷକରିଥିବାରୁ ଛାତ୍ରଟି ପ୍ରଧାନଶିକ୍ଷକଙ୍କୁ ଦେଖି କଲାକାଠ ପଡିଗଲା |
(chakiri pain buli buli pialti kala katha padi galani. Dosakarithibaru chatrati pradhanasikhyanku dekhi kalakatha padigala)
କଟା ଘା’ରେ ଚୂନଦେବା
(kata ghare chuna deba)
ଯନ୍ତ୍ରଣା ଉପରେ ଯନ୍ତ୍ରଣାଦେବା
(jantrana upare jantrana deba)
ହରିଆ ଦୋଷନକରୁ ଜୋରିମାନା ଦେଲା, ପୁଣି ତାକୁ ବାସନ୍ଦକଲେ କଟାଘା’ରେ ଚୂନଦେବା ଭଳିହେବ |
(haria dosanakaru jorimana hela,puni taku basanda kale kata ghare chuna deba.)
କଳାକନା ବୁଲାଇବା
(kalakana bulaiba)
ସର୍ବସ୍ୱ ଲୁଟିନେବା / ସର୍ବନାଶ କରିବା
(sarbaswa luti neba / sarbanasa kariba)
ଡକାୟତମାନେ କାଳି ରାତିରେ ତାଙ୍କଘରେ ପଶି କଳାକନା ବୁଲେଇ ଦେଇଛନ୍ତି |
(dakayata mane kali ratire tanka ghare pasi kalakana lutheideuthale)
କାନରେ ହାତଦେବା
(kanare hatadeba)
ଆଶ୍ଚର୍ଯ୍ୟହେବା
(ascharjya heba)
ସୁପ୍ରତିଷ୍ଠିତ କ୍ରିକେଟ ଖେଳାଳିମାନେ ଦେଶଦ୍ରୋହୀ, ଏକଥା ଶୁଣିଲେ |
(su pratisthita kriket khelali mane desa drohi, akatha sunile. )
କାମରେ ହାତଦେବା
(kamare hatadeba)
କାର୍ଯ୍ୟ ଆରମ୍ଭକରିବା
(karjya arambha kariba)
ବୁଦ୍ଧିମାନ ଲୋକ କୌଣସି କାମରେ ହାତଦେବା ପୂର୍ବରୁ ସେ ବିଷୟରେ ଟିକିନିଖି ବୁଝିଥାନ୍ତି |
(budhimana kounasi kamare hata deba pusturu se bisayre tikinichi o)
କାଠହୋଇଯିବା / ଜଡ ପାଲଟିଯିବା
(katha hoijiba / jada palatijiba)
କାତର ହେବା
(katara heba)
ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଦେଖି ସେ କାଠ ହୋଇଗଲେ |
(rela durghatanare mrutahatanku dekhi se katha hoigala)
କୁହୁଡି ପହଁରିବା
(kuhudi pahanriba)
ବୃଥାପରିଶ୍ରମ / ବୃଥା ପୟାସ କରିବା
(brutha parisrama / brutha prayasa kariba)
ମନ୍ତ୍ରୀମହୋଦୟ କହିବାରୁ ସଭାର ଆୟୋଜନ କରାଗଲା |ମାତ୍ର ଶେଷ ମୁହୁର୍ତ୍ତରେ ସେ ତାଙ୍କର କାର୍ଯ୍ୟକ୍ରମ ବାତିଲ କଲେ |ଆମର କେବଳ କୁହୁଡି ପହଁରିବା ସାରହେଲା | ସେ କୁହୁଡି ପହଁରି ଅନେକ ଧୋକା ଖାଇଲାଣି, ତଥାପି ତା ମୁଣ୍ଡରେ ବୁଦ୍ଧି ପଶୁନି |
(mantri mohadaya kahibaru sabhara ayojana karagala. Matra sesa muhutare se tankara karjyakrama batil kale. Amara kebala kuhudi pahanriba sara hela . Se kuhudi pahanri aneka dhoka khailani, tathapi ta mundare budhi pasuni. )
ଖାଲରେ ପକାଇବା
(khalare pakaiba)
ବିପଦରେ ପକାଇବା
(bipadare pakaiba)
ଯାହାକୁ ଇଶ୍ୱର ସାହା, ତାକୁ ଖାଲରେ ପକାଇବାକୁ ଯେତେ ଚେଷ୍ଟାକଲେବି କିଛି ହେବନି |
(jahaku eswara saha, taku khalare pakaibaku jete chesta kalebi kichi habani)
ଖିଅକାଢିବା
(khio kadhiba)
କଥାକୁ ଘାଣ୍ଟି ଦୋଷ ଖୋଜିବା
(kathaku ghanti dosa khojiba)
ସବୁ କଥାରୁ ଖିଇକାଢିବା ତାର ଗୋଟାଏ ବଦ ଅଭ୍ୟାସ|
(sabu katharu khia kadhiba tara gotay bad abhyas.)
ଗୁଜୁରାଣ ମେଣ୍ଟାଇବା
(gujurana mentaiba)
କଷ୍ଟସହି କଷ୍ଟକରି କୌଣସିମତେ ଚଳିବା
(kasta sahi kasta kari kounasi mote chaliba)
ଗତ ମହାବାତ୍ୟାରେ ଆମ ଘରଦ୍ୱାର, ଚାଷବାସ ସବୁଗଲା |ମୂଲମଜୁରି ଲାଗି ବାପା କୌଣସି ପ୍ରକାର ଗୁଜୁରାଣ ମେଣ୍ଟାଉଛନ୍ତି |
(gata mahabatyare ama gharadwara, chasabasa sabu gala . Mula majuri lagi bapa kounasi prakara gujurana mentauchanti.)
ଗୋଡହାତ ଧରିବା
(godahata dhariba)
ବିନମ୍ର ଗୁହାରିକରିବା/ନେହୂରା ହେବା
(binamra guhari kariba / nehura heba)
ବାପାଙ୍କର ଶୁଦ୍ଧିକାର୍ଯ୍ୟ ତୁଲାଇବାପାଇଁ ଗରିବଲୋକଟି ଗାଁ ଲୋକଙ୍କ ଗୋଡହାତ ଧରୁଛି | ମୋ ଜମିଖଣ୍ଡକ ଫେରାଇଦେବାକୁ ମୁଁ ଜମଦାରଙ୍କ ଗୋଡହାତ ଧରିଲି |
(bapankara sudhi karjya tulaibapain gariba lokati gaon lokanka goda hata dharuchi. Mo jami khandaka pheraidebaku mu jamidaranka godahata dharili. )
ଗୋଡ ଟେକି/କାଢି ବସିବା
(goda tekiba / kadhi basiba)
ପ୍ରସ୍ତୁତ ରହିବା
(prastuta rahiba)
ପରୀକ୍ଷାପରେ ପୁରୀ କୋଣାର୍କ ବୁଲିଯିବେ ବୋଲି ପିଲାମାନେ ଗୋଡ ଟେକି ବସିଛନ୍ତି |
(parikhya pare mu puri konarka bulijibi boli pilamane goda teki basichanti. )
ଚଳୁ କରିଦେବା
(chalu karideba)
ସବୁ ଶେଷକରିଦେବା
(sabu sesakariba)
ଲୋକଟିର ଆଗପଛ କିଛି ବିଚାର ନାହିଁ; ଯେତେ ପଇସା ପାଇଲେ ମଧ୍ୟ ସବୁ ଚଳୁ କରିଦେଉଛି|
(lokatira agapacha kichi bichar nahi; jete paisa paile madhya sabu chalu karideuchi)
ଚାଲିଲା ଶଗଡରେ ହାତଦେବା
(chalila sagadare hata deba)
ଅତି ଦୁଷ୍ଟାମି କରିବା
(ati dustami kariba)
ରାନୁଅପାର ପୁଅ ଦି’ଟା ଚାଲିଲା ଶଗଡରେ ହାତଦେବା ପିଲା |
(ranu apara pua dita chalila sagadare hata deba pila)

Read More

No comments:

Post a Comment