Kriya Hina Rudhi - Information That You Want

Monday 17 October 2016

Kriya Hina Rudhi

କ୍ରିୟାହୀନ ରୂଢି
(Kriya Hina Rudhi)


ଋଢି (RUDHI)ଅର୍ଥ (Artha / meaning) ବାକ୍ୟରେ ବ୍ୟବହାର
(bakya re byabahara / use in sentence)
ଅନ୍ଧର ଲଉଡି (Andhara Loudi)ଅସହାୟର ସାହା)(Asahay ra saha) ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କ ଅନ୍ଧର ଲଉଡି ଥିଲେ |
ଅନ୍ଧବୁଝାମଣା (Andha Bujhamana) ଅନ୍ୟାୟ ବିଚାର ) (Anyay bichar) ଅନ୍ଧବୁଝାବଣା ଘଟିଲେ ସମାଜ ବିଶୃଙ୍ଖଳିତ ହୁଏ |(ଏତ୍ ଅନ୍ଧବୁଝାବଣା ରୀତି, ମଣିଷକୁ ଯେବେ ମଣିଷ ଛୁଇଁଲା, କେଉଁବାଟେ ଯିବ ଜାତି !)
ଅରଣ୍ୟରୋଦନ (Aranya Rodana) ନିଷ୍ଫଳ ପ୍ରାର୍ଥନା (Nisfala prarthana)/ ବୃଥା ପ୍ରାର୍ଥନା (brutha prarthana) ରାବଣ ନିକଟରେ ସୀତାଙ୍କର ଆକୁଳତା ଅରଣ୍ୟରୋଦନ ପରିଣତ ହୋଇଥିଲା |
ଅହିନକୃଳ ସମ୍ପର୍କ (Ahinakula Samparka)ଘୋର ଶତ୍ରୁତା) (Ghor Satruta)ଭାଇ ଭାଇ ମଧ୍ୟରେ ଅହିନକୁଳ ସମ୍ପର୍କ ସୃଷ୍ଟିହେବା ଆଦୌ ଉଚିତ ନୁହେଁ|
ଅଲଣା କଥା (Alana Katha) ମୂଲ୍ୟହୀନ କଥା ) (Mulyahina Katha)ଅଲଣା କଥା କହି ଅନ୍ୟର ସମୟ ନଷ୍ଚ କରିବା ଠିକ୍ ନୁହେଁ |
ଅସିଆ କାଳର ମସିଆ (Asia Kalara Masia) ଅତି ପୁରୁଣା ) (Ati Puruna) ଜେଜେ ଗୋଟାଏ ଅସିଆକାଳର ମସିଆ ଜାମା ପିନ୍ଧି ଭୋଜି ଖାଇବାକୁ ବାହାରିଲାବେଳେ ନାତିମାନେ ହସିଲେ |
ଅକଲ ଗୁଡୁମ (Akal Gudum) ବୁଦ୍ଧିବଣାହେବା ) (Budhi bana heba) ଓକିଲବାବୁ ମିଛକହୁଥିବା ସାକ୍ଷୀକୁ ପ୍ରଶ୍ନପଚାରି ତା’ର ଅକଲ ଗୁଡୁମ କରିଦେଲେ |
ଅକଲ ସଲାମି (Akal Salami) କୌଣସି ବ୍ୟକ୍ତିର ଉପଦେଶ, ପରାମର୍ଶ ବା ପ୍ରରୋଚନାକୁ ତାହାରି ଉପରେ ପ୍ରୟୋଗ କରିବା ) (Kounasi byaktira upadesa, paramarsha ba prorachanaku tahari upare prayoga kariba) ମୁଁ ତାଙ୍କୁ ଅକଲସଲାମି ନଦେଇ ଛାଡୁନାହିଁ |
ଉପୁରିମାଲ ( uparimal) ନିଦ୍ଦିଷ୍ଟ ଆୟରୁ ଅଧିକ / ମାଗଣା ମିଳିବା ) (nirdista ayaru adhika/ Magana miliba) ଉପୁରିମାଲ ସଂଗ୍ରହ କରୁଥିବା ବ୍ୟକ୍ତି ଦେଶର କଳଙ୍କ |
ଏ ଘର ମାଉସୀ ସେ ଘର ପିଉସୀ (A ghara mausi seghara peiusi) ଏପଟ ସେପଟ ଛିଦ୍ର କହି ଯେ ଭଲେଇ ହୁଏ ) (Apata sepata chidra kari je bhalei hua) ବୁଢୀ ହେଲସିନା ; ତାର କିନ୍ତୁ ଏଘର ମାଉସୀ ସେ ଘର ପିଉସୀ ଗୁଣ ଗଲାନାହିଁ |
ଏକ ଘରକିଆ ( Ekagharakia) ସାମାଜିକ ବାସନ୍ଦ ) (Samajika Basanda) ବାହାରେ ଚୋରିକରି ଗାଁ ନାଁ ତଳେ ପକାଇବାକୁ ଗାଁବାଲା ତାକୁ ଏକଘରକିଆ କରିଛନ୍ତି |
ଓଳିଆରୁ ଗଜା (aliaru gaja) ଜନ୍ମରୁ ଚତୁର ବା ସିଆଣିଆ ) (janmaru chatura / siania) ସେତ ଓଳିଆରୁ ଗଜା, ତାକୁ ଶିଖାଇବା କ’ଣ ?
କରଛଡା (Karachada) ଦାୟିତ୍ୱ ନ ନେବା ) (Dayitwa na neba) ଭେଣ୍ଡାପୁଅଟାର କରଛଡା ଗୁଣ ଯୋଗୁ ବୁଢାବାପ ବିଚରା ହନ୍ତସନ୍ତ |
କାଠିକର ପାଠ (Kathikara patha) କଷ୍ଟସାଧ୍ୟ ) (Kasta sadhya) ପାଠପଢାରେ ଅବହେଳା କଲେ ପରୀକ୍ଷାରେ ଉତ୍ତୀର୍ଣ୍ଣହେବା କାଠିକର ପାଠ |
କୁହାମୁଣ୍ଜା କପିଳା (kuhamundra kapila) ଯେ କଥା କହେ ମାତ୍ର କାମ କରେ ନାହିଁ ) ( je katha kahe matra kama kare nahi) ଆଜିକାଲି ଶସ୍ତା ରାଜନୀତି କରୁଥିବା ନେତାମାନେ କୁହାମୁଣ୍ଡା କପିଳା |
ଖତଗଦାରେ ପଦ୍ମ (khata gadare Padma) ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଫୁରଣ ) (pratikula paristhitire prativara shphurana) ରେଢାଖୋଲର କନ୍ଧଘରେ ଜନ୍ମହୋଇଥିଲେ ବି କବି ଭୀମଭୋଇଥିଲେ ଖତଗଦାରେ ପଦ୍ମ ସଦୃଶ ବ୍ୟକ୍ତିତ୍ୱର ଅଧିକରୀ|
ଗୋଟିଏ ଚାଉଳରେ ଗଢା (gotia chaulare gadha) ଅତି ସୁନ୍ଦର )(Ati Sundara) ଝିଅଟି ତ ଗୋଟିଏ ଚାଉଳରେ ଗଢା ତାକୁ ଖୁଣିବ କ’ଣ |
ଛୁଞ୍ଚିମାଛିପରୀକ୍ଷା / ପରଖ (Chunchi machi parikhya / parakha) ତନ୍ନ ତନ୍ନ କରି ଦେଖିବା ) (tanna tanna kari dekhiba) ସବୁ କଥାରେ ଏମିତି ଛୁଞ୍ଚିମାଛି ପରୀକ୍ଷାକଲେ ଚଳିବନି |
ଛକା ପନଝା (Chaka na panjha) ଉଭୟ ପକ୍ଷର ସତର୍କଭାବ ) ( ubhay pakhyara satarkabhaba) ଜଙ୍ଗଲ ମଧ୍ୟରେ ଗତକାଲି ପୋଲିସ ଓ ଡାକୁଦଳଙ୍କ ମଧ୍ୟରେ ଛକାପନଝା ଚାଲିଥିଲା|
ଜପାମାଳି (japamali) ଅତିପ୍ରିୟ ) (atipriya) ବହୁଦିନପରେ ନାତିଟିଏ ପାଇ ଅଜାଆଈ ତାକୁ ଜପାମାଳି କରିଛନ୍ତି |
ଝାଳବୁହାଧନ (Jhalabuha dhana) କଷ୍ଟ ଅର୍ଜିତ ) (Kasta arjita) ଝାଳବୁହାଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ |

Read More

2 comments: